Odia News Portal

ରାଜ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍

ଯାଜପୁର ଓ ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରେ ରାଜ୍ୟ ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍। କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର।ବିଜେପି କହିଛି, ଏ ନେଇ ସରକାରଙ୍କ କୌଣସି ବଜେଟ ନାହିଁ କି ଇଚ୍ଛା ନାହିଁ । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାକୁ କିଭଳି ହଡପ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ପାଇଁ ଶହେ ଭାଗ ଅର୍ଥ କେନ୍ଦ୍ର ଦେଉଛି। ରାଜ୍ୟ ୪୦ ପ୍ରତିଶଥ ଅର୍ଥ ଦେବା କଥା କିନ୍ତୁ ସରକାର ତାହା ମଧ୍ୟ ଦେଇନାହାନ୍ତି ଯାହାକି ପୁରୀ ମେଡିକାଲ କଲେଜ ନିର୍ମାଣ ବିଳମ୍ବର ଗୋଟିଏ କାରଣ। ପ୍ରଥମ ପର୍ଯ୍ୟାୟରେ ୫ ମେଡିକାଲ କଲେଜ ପାଇଁ ୫୭୬ କୋଟି କେନ୍ଦ୍ର ଦେଇଛି।

ଯାଜପୁର ପାଇଁ ୧୦୦ କୋଟି, କଳାହାଣ୍ଡି ପାଇଁ ୫୦ କୋଟି ଟଙ୍କା ରିଲିଜ କରିଛି କେନ୍ଦ୍ର। କିନ୍ତୁ ରାଜ୍ୟ ସରକାର କେମିତି ଏକୁଟିଆ ଶ୍ରେୟ ନେଉଛନ୍ତି ବୋଲି ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । କେନ୍ଦ୍ର ଦେଉଥିବା ଅର୍ଥ ବାବଦରେ ସତ୍ୟ ତଥ୍ୟ ରାଜ୍ୟ ସରକାର ରଖନ୍ତୁ ବୋଲି କହିଛନ୍ତି।ଗୁରୁବାର ରାଜ୍ୟ ସରକାର ଯାଜପୁର ଓ ପୁରୀ ପାଇଁ ବଡ ଘୋଷଣା କରିଥିଲେ । ପୁରୀରେ ୬୫୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ହେବ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୨୨୪ କୋଟି ଟଙ୍କାର ଆକଳନ କରିଥିଲେ ସରକାର । ସେହିପରି ଯାଜପୁରରେ ୫୦୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡିର କହିବା ଅନୁଯାୟୀ ସଂଘୀୟ ବ୍ୟବସ୍ଥାରେ ଏହିଭଳି ହୁଏ । ରାଜ୍ୟଠାରୁ କେନ୍ଦ୍ର ଟିକସ ମଧ୍ୟ ନେଉଛନ୍ତି। ଏଥିପାଇଁ ନିର୍ଧାରିତ ନୀତି ରହିଛି, ଓଡ଼ିଶାକୁ ଯଦି ଫୋକସ କରୁଛନ୍ତି ସ୍ୱତନ୍ତ୍ର ପାହ୍ୟା କିମ୍ବା ଅଧିକ ଅର୍ଥ ଦେବା କଥା ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର।