Odia News Portal

ଶ୍ରୀମନ୍ଦିର ପରେ ମିଶନ ଲିଙ୍ଗରାଜ

ଭୁବନେଶ୍ୱର() ଶ୍ରୀକ୍ଷେତ୍ର ପରେ ଏବେ ମିଶନ ଲିଙ୍ଗରାଜ ମନ୍ଦିର । ହଟିବ ଜବରଦଖଲ, ବଢିବ ସୌନ୍ଦର୍ୟ୍ୟ । ଆଜିଠାରୁ ମନ୍ଦିର ଚାରିପାଖରେ ଆରମ୍ଭ ହୋଇଛି ସର୍ଭେ । ଭୁବନେଶ୍ବରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଶୋଭା ବୃଦ୍ଧି ସହ ଏହାର ଚତୁଃପାର୍ଶ୍ବରୁ ଜବରଦଖଲ ହଟାଯିବ । ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ମନ୍ଦିରର କେଉଁ ପାର୍ଶ୍ବରେ କେତେ ଜମି ଜବରଦଖଲ ହୋଇଛି ? କେତେ ସରକାରୀ ଜମି ରହିଛି ? ସ୍ଥିତିବାନ ପ୍ଲଟ କେତେ ରହିଛି ? ଏସବୁ ବିଷୟରେ ଆଲୋଚନା ହୋଇଛି ।

ଭୁବନେଶ୍ବର ମହାନଗର ନିଗମ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ, ସାଧାରଣ ପ୍ରଶାସନ ବିଭାଗ ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ମିଳିତ ଭାବେ ଏହି ସର୍ଭେ କରିଛନ୍ତି । ଅନୁଧ୍ୟାନ ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ । ଏଥିସହ ସରକାରୀ ଜମିଗୁଡ଼ିକ ବି ସର୍ଭେ ହେବ । ସ୍ଥିତିବାନ ଓ ସରକାରୀ ଜମି ବ୍ୟତୀତ ଆଉ କେଉଁ ବର୍ଗର କେତେ ଜମି ରହିଛି, ତାହାକୁ ବି ଅନୁଧ୍ୟାନ ପରିସରଭୁକ୍ତ କରାଯିବ ।