ନୂଆଦିଲ୍ଲୀ: ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ତାଞ୍ଜାନିଆର ଔପନ୍ୟାସିକ ଅବଦୁଲରଜାକ୍ ଗୁର୍ନାଙ୍କୁ ପ୍ରଦାନ କରାଯାଇଛି। ନୋବେଲ କମିଟି ଏହାର ବିବୃତ୍ତିରେ କହିଛି – ଉପନିବେଶବାଦ ବିରୋଧରେ ରଜାକ କୌଣସି ପ୍ରକାର ସାଲିସ୍ କରିନାହାଁନ୍ତି। ସେ ତାଙ୍କ ସାହିତ୍ୟ ମାଧ୍ୟମରେ ଉପନିବେଶବାଦ ମୂଳୋତ୍ପାଟନ କରିବା ପାଇଁ ପ୍ରୟାସ କରିଛନ୍ତି। ନିଜ ଲେଖନୀ ମାଧ୍ୟମରେ ମହାଦେଶ ମାନଙ୍କ ମଧ୍ୟରେ ଥିବା ଗଭୀର ସାଂସ୍କୃତିକ ବ୍ୟବଧାନକୁ ହ୍ରାସ କରିବାକୁ ଗୁର୍ନା ଉଦ୍ୟମ କରନ୍ତି ।