Odia News Portal

ମହାରାଷ୍ଟ୍ରରେ ବଢ଼ିଲା ଲକ୍ ଡାଉନ୍ ଅବଧି

ମୁମ୍ବାଇ: ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକଡାଉନ ଭଳି କଟକଣା ଜାରି କରାଯାଇଛି । ଏହାକୁ ଜୁନ ପହିଲା ସକାଳ ୭ଟା ଯାଏଁ ବଢାଇବାକୁ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ ସରକାର ।

ସେହିଭଳି ରାଜ୍ୟରେ ପ୍ରବେଶର ୪୮ ଘଂଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ପାର୍କ, ମଲ୍, ସିନେମା ହଲ୍, ଆଦିକୁ ମଧ୍ୟ ବନ୍ଦ ରଖାଯାଇଛି । ସାଧାରଣ ପରିବହନ ଓ ଲୋକାଲ୍ ଟ୍ରେନଗୁଡିକ କଟକଣା ଭିତରେ ଚାଲୁଛି ।  କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି ।