Odia News Portal

ପିପିଇ କିଟ ଓ ମାସ୍କ ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ କ୍ଲିନଚିଟ୍

ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଜଣାଇଛନ୍ତି ଲୋକାୟୁକ୍ତ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ କ୍ଲିନଚିଟ । ଲୋକାୟୁକ୍ତରେ ଏହି ମାମଲାର ଶୁଣାଣି ଶେଷ ହୋଇଛି । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଲୋକାୟୁକ୍ତ ଜଣାଇଛନ୍ତି । ମାସ୍କ ଓ ପିପିଇ କିଣିବାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ହୋଇନାହିଁ ବୋଲି ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି। ଲୋକାୟୁକ୍ତରେ ଅଭିଯୋଗ ଦାଖଲ ହେଲା ପରେ ଲୋକାୟୁକ୍ତ ଭିଜିଲାନ୍ସ ବିଭାଗକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ଏହାର ତଦନ୍ତ କରି ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଭିଜିଲାନ୍ସ ରିପୋର୍ଟ ଆଧାରରେ ଲୋକାୟୁକ୍ତରେ ଆଜି ମାମଲାର ଶୁଣାଣି ହୋଇଥିଲା।