Odia News Portal

କଂଗ୍ରେସରୁ ଇସ୍ତଫା ପରେ ବିଜେପିରେ ମିଶିଲେ ଲଭଲି

ଦିଲ୍ଲୀ କଂଗ୍ରେସର ପୂର୍ବତନ ସଭାପତି ଅରବିନ୍ଦ ସିଂ ଲଭଲି ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହ ନସୀବ ସିଂ, ନୀରଜ ବାସୋୟା ଏବଂ ରାଜକୁମାର ଚୌହାନ ମଧ୍ୟ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଲଭଲି ଦ୍ବିତୀୟ ଥର ବିଜେପିକୁ ଫେରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବଙ୍କ ଉପସ୍ଥିତରେ ବିଜେପିରେ ମିଶିଛନ୍ତି ଲଭଲି।

ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ ଆପ୍ ସହ ମେଣ୍ଟକୁ ବିରୋଧ କରି ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଲଭଲି ।

ଲଭଲି କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ଏହା ପ୍ରଥମ ଦୃଷ୍ଟାନ୍ତ ନୁହେଁ। ଏହା ପୂର୍ବରୁ ସେ ୨୦୧୭ରେ ମଧ୍ୟ ଟିକେଟ୍ ଭାଗବଣ୍ଟାରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । କିନ୍ତୁ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଫେବୃଆରୀ ୨୦୧୮ରେ ସେ କଂଗ୍ରେସକୁ ଫେରିଥିଲେ।