Odia News Portal

କମ୍ ଖର୍ଚ୍ଚରେ ଭକ୍ତଙ୍କ ପାଇଁ ରହଣୀ,ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ

ମାତ୍ର ଦିନ କେଇଟା ପରେ ଖୋଲିବ ଶ୍ରୀମନ୍ଦିର। ଏହାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ ନିଷ୍ପତି ।ଏଣିକି ମାତ୍ର ଶହେ ଟଙ୍କାରେ ପୁରୀରେ ରହି କାଳିଆକୁ ଦେଖିପାରିବ ଭକ୍ତ। ମାତ୍ର ୧୦୦ରୁ ଦେଢ ଶହ ଟଙ୍କାରେ ସରକାରୀ ଭକ୍ତ ନିବାସରେ ରହି ପାରିବେ ଭକ୍ତ । ଭକ୍ତ ନିବାସ ପାଇଁ ପୁରୀ ବାସେଳୀ ସାହି ଥାନା ନିକଟରେ ଜାଗା ଚିହ୍ନଟ ହୋଇଛି । ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି ।୩ରୁ ୪ ହଜାର ଲୋକଙ୍କ ରହଣୀ ପାଇଁ ବ୍ୟବସ୍ଥା ହେଉଛି । ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର |

ଜେଲ୍ ରୋଡ୍ ଓ ଜଗନ୍ନାଥ ବଲ୍ଲଭ ମଠରେ ପାର୍କିଂ କାମ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଚାରିପାଖରେ ୨୦ ମିଟର ରାସ୍ତା ନିର୍ମାଣ କରାଯିବ । ଆସନ୍ତା ଫେବ୍ରୁଆରୀ ମାସରେ ରାସ୍ତା କାମ ଆରମ୍ଭ ହେବ । ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବ। ଏ ନେଇ ଶନିବାର ୫-ଟି ସଚିବ ଭି.କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ପୁରୀ ବିକାଶ ଏବଂ ଆଗକୁ ଶ୍ରୀମନ୍ଦିର ଖୋଲିବା ନେଇ ଭି.କେ ପାଣ୍ଡିଆନ ସମୀକ୍ଷା କରିଛନ୍ତି। ୫-ଟି ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍ କୁମାର , ପୁରୀ ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଥିଲେ ।