Odia News Portal

ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ଠାରୁ ହାରିଲେ ମମତା

କୋଲକାତା: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନ ଉପରେ ସମସ୍ତେ ନଜରଥିବା ସମୟରେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ମାତ ଦେଇ ୧୬୨୨ ଭୋଟରେ ହାତେଇ ନେଇଛନ୍ତି | ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ ବିଜୟ ହୋଇଛନ୍ତି । ନିଜର ବିରୋଧୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେଇ ନନ୍ଦିଗ୍ରାମ ଆସନରୁ ଶୁଭେନ୍ଦୁ ଅଧିକାରୀ ବାଜିମାତ୍ କରିଛନ୍ତି । ଯାହା ଫଳରେ ବିଜେପି ଶିବିରରେ ଉତ୍ସାହର ଲହର ଖେଳିଯାଇଛି ।ତେବେ ଶୁଭେନ୍ଦୁ ଅଧିକାରୀଙ୍କ ଏହି ବିଜୟ ପରେ ମମତା ବାନାର୍ଜୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ନନ୍ଦିଗ୍ରାମରେ ଯାହା ହେଲା ଭୁଲିଯାଅ | ସେହିଭଳି ପଶ୍ଚିମବଙ୍ଗ ବିଜୟରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ମମତା ବାନାର୍ଜୀଙ୍କୁ ତୃତୀୟ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ରାଜନାଥ ସିଂ ଟ୍ୱିଟ୍ କରି ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ତେବେ ଆଜି ଭୋଟ ଗଣତି ଆରମ୍ଭ ସମୟରେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ଟକ୍କର ଦେବା ସହିତ ଆଗରେ ରହିଥିଲେ । ଶେଷରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ବାଜିମାତ୍ କରିବା ସହିତ ୧୬୨୨ ଭୋଟରେ ବିଜୟୀ ହୋଇଛନ୍ତି ।