୨୦୨୬ ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ। ଚଳିତ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିବ। ଏହି ସମୟ ମଧ୍ୟରେ ବିଭିନ୍ନ ବିଲ୍ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ସେହିଭଳି ରାଜ୍ୟରେ ବନ୍ୟା ପରିସ୍ଥିତି ଉଦ୍ଗେବଜନକ ରହିଛି । ବନ୍ୟା ମୁକାବିଲା କରିବାରେ ସରକାର ପୁରା ଫେଲ ମାରିଥିବାର ବିରୋଧୀ ଅଭିଯୋଗ କରୁଛନ୍ତି । ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।
