Odia News Portal

ସକାଳୁ ସକାଳୁ ନଜର ପକାନ୍ତୁ ଆଜିର ମୁଖ୍ଯ ଖବର ଉପରେ

୧-ଭାରତ ପାଇଁ ଅଲିମ୍ପିକ୍ସରେ ଆହୁରି ମଜବୁତ ହେଲା ପଦକ ଆଶା । ବକ୍ସିଂ ଓ ବ୍ୟାଡମିଣ୍ଟନରେ ସେମି-ଫାଇନାଲକୁ ଗଲେ ଲଭ୍ଲିନା ଓ ସିନ୍ଧୁ । ହକିରେ କ୍ୱାର୍ଟରରେ ଭାରତ ।

୨-ପୁରୁଷ ହକି ହକି କ୍ବାର୍ଟରଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତ ।

୩-ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ UGC ମାନ୍ୟତା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା, ‘ଖୁବଶୀଘ୍ର ମିଳିବ କେନ୍ଦ୍ରୀୟ ଅନୁମାନ’ ।

୪-ପଦୋନ୍ନତି ପାଇବେ ରାଜ୍ୟର ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

୫-୨୦୨୪ ନିର୍ବାଚନ ପାଇଁ ପ୍ରତି ଦୁଇ ମାସରେ ଥରେ ଦିଲ୍ଲୀ ପହଁଚିବେ ମମତା ବାନାର୍ଜୀ ।

୬-ଓଏସ୍‌ଏସ୍‌ସି ପିଏସ୍‌ଙ୍କ ଘରେ ଚଢଉ : ଦେଢ କେଜି ସୁନା, ସାଢେ ୩ କୋଟି ସଂପତ୍ତି ଠାବ ।

୭-ଥମୁନି ପେଗାସସ୍ ଝଡ଼, ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସଦନ ଆସିବାକୁ ବିରୋଧୀଙ୍କ ଦାବି ।

୮-ଇମ୍ରାନଙ୍କ ମନ୍ତବ୍ୟର ଜବାବ ରଖିଲେ ଆଫଗାନ ରାଷ୍ଟ୍ରଦୂତ, କହିଲେ କୌଣସି ଗୁଣରେ ‘ସାଧାରଣ ନାଗରିକ’ ନୁହନ୍ତି ତାଲିବାନ ।

୯–କୌଣସି ବ୍ୟକ୍ତିଙ୍କୁ ଜ୍ବର ହୋଇ ଡାକ୍ତରଖାନା ଆସିଲେ କରୋନା ଓ ଡେଙ୍ଗୁ ପରୀକ୍ଷା କରାଯିବ-ଡିଏମ୍‌ଇଟି

୧୦–ଡେଙ୍ଗୁ ଷ୍ଟ୍ରେନ ୪ ପ୍ରକାର ଚିହ୍ନଟ: ଭୁବନେଶ୍ବରରେ ଡି୧ ଷ୍ଟ୍ରେନ, ରାୟଗଡ଼ାରେ ଡି୨। ୨୦୧୫ରୁ ଓଡ଼ିଶାରେ ଡେଙ୍ଗୁ ଦେଖାଯାଉଛି ଏବଂ ସେଥିପାଇଁ ପଲିସି ମଧ୍ୟ ହୋଇଛି। ଡେଙ୍ଗୁ ମଶା ସକାଳେ ଓ ସନ୍ଧ୍ୟାରେ କାମୁଡ଼ନ୍ତି-ସ୍ବାସ୍ଥ୍ୟ ନିର୍ଦେଶକ

୧୧–କଟକ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା- ଅଗଷ୍ଟ ୨୭ରେ ହେବ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ମନୋନୟନ ପରୀକ୍ଷା ଓଏସଏସଟିଇଟି।

୧2–ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାବାଣି ଦିବା ଗ୍ରାମରେ ଘଟିଛି ଏକ ଅଭନୀୟ ଘଟଣା। ଚିଙ୍ଗୁଡ଼ି କାରଖାନାରେ କାମ କରୁଥିବା ୬ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।  ଗୁଣ୍ଟୁର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଦୁଇ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

୧୩–ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ।

୧୪–କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ବାରା ପ୍ରକାଶିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତବର୍ଷ ସିବିଏସଇ ଦ୍ବାଦଶ ଶ୍ରେଣୀ ପାସ୍ ହାର ରହିଛି ୯୯.୩୭ ପ୍ରତିଶତ ରହିଛି।

୧୫-ଭୟଙ୍କର ହେଉଛି ଡେଲ୍ଟା ଭାରିଏଣ୍ଟ । ହାଡ଼ଫୁଟି ଭଳି ବ୍ୟାପୁଛି କରୋନା । ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ରର ଅନୁଧ୍ୟାନକୁ ନେଇ ବଢ଼ିଲା ଚର୍ଚ୍ଚା ।

୧୬-ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଆଜି ଭାରତ-ଚୀନ ସେନା ସ୍ତରୀୟ ଆଲୋଚନା 

୧୭-ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବ୍ରେକ୍ ନେଲେ ବେନ ଷ୍ଟୋକ୍ସ, ଭାରତ ବିପକ୍ଷ ସିରିଜ୍‌ରୁ ବାହାର ।