Odia News Portal

ଆଉ ଏକ ବର୍ବର କାଣ୍ଡ : ଗର୍ଭବତୀ ଜଙ୍ଗଲୀ ମଇଁଷିକୁ ହତ୍ୟା

ଥିରୁଅନନ୍ତପୁରମ()  କେରଳର ମଲ୍ଲାପୁରମରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହାତୀ ମୃତ୍ୟୁ ଘଟଣାରେ ଚର୍ଚ୍ଚାରେ ରହିଥିବା ମଲ୍ଲାପୁରମରେ ପୁଣି ଏକ ବୀଭତ୍ସ ହତ୍ୟାଣ୍ଡ ଘଟିଛି । କିଛି ଦିନ ପୂର୍ବରୁ ଏକ ହାତୀକୁ ସପୁରୀ ମଧ୍ୟରେ ବିସ୍ଫୋରକ ପୁରାଇ ଖାଇବାକୁ ଦିଆଯାଇଥିବା ବେଳେ ଗତକାଲି ଏକ ଗର୍ଭବତୀ ଜଙ୍ଗଲୀ ମଇଁଷିକୁ ଗୁଳି କରି ହତ୍ୟା କରାଯାଇଛି । ବିରଳ ପ୍ରଜାତିର ଏହି ମଇଁଷିର ପେଟରେ ଭୃଣଟି ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇଯାଇଥିବା ଜଣାପଡିଛି । ମଇଁଷିଟିକୁ ହତ୍ୟା କରିବା ପରେ ପୂର୍ଣ୍ଣ ବିକଶିତ ଭୃଣଟିକୁ କାଟି ନେଇ ଯାଇଥିଲେ ଶିକାରୀ ମାନେ । ଏହି ଘଟଣା ଜଣା ପଡିବା ପରେ ବନବିଭାଗ ପକ୍ଷରୁ ଜଣେ ଶିକାରୀ ଘରେ ରେଡ କରାଯାଇଥିଲା । ଅବୁ ନାମକ ଉକ୍ତ ଶିକାରୀ ଘରୁ ୨୫ କିଗ୍ରା ମାଂସ ଜବତ କରାଯିବା ସହିତ ଅନ୍ୟ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଉକ୍ତ ଶିକାରୀ ମାନଙ୍କର ନାମ ସୁରେଶ ବାବୁ, ବୁତ୍ଥାନ, ଆସିଫ ଏବଂ ସୋହେଲ ବୋଲି ଜଣାପଡିଛି । ଉକ୍ତ ଭୃଣକୁ କାଟି ବାହାର କରିବା ସହିତ ୨୦୦ କିଗ୍ରା ମାଂସ ବାହାର କରିଥିଲେ ଏହି ଶିକାରୀ ମାନେ । ଉଲ୍ଲେଖଯୋଗ୍ୟ ଯେ, ଏହି ବିରଳ ପ୍ରଜାତିର ଜଙ୍ଗଲୀ ମଇଁଷିର ଉଚ୍ଚତା ୭.୨ ଫୁଟ ହୋଇଥିବା ବେଳେ ଏହା ୬୦୦ରୁ ୧୫୦୦ କିଗ୍ରା ପର୍ଯ୍ୟନ୍ତ ଓଜନ ହୋଇଥାଏ ଏବଂ ୫୬ କିମି ପ୍ରତି ଘଣ୍ଟା ବେଗରେ ଦୌଡିଥାଏ । ତେବେ ମଲ୍ଲାପୁରମରେ ନିୟମିତ ଭାବରେ ଶିକାର କରାଯାଉଥିବା ବେଳେ କେରଳ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।