Odia News Portal

ଗଛ ବିବାଦରୁ ମାରି ପୋଡ଼ିଦେଲେ

. ହାଡ, ପାଉଁଶ ଜବତ କଲା ପୋଲିସ
. ୪ ଗିରଫ, ଦୁଇ ଫେରାର

ମାଲକାନଗିରି : ମାଲକାନଗିରି ଜିଲା ମୋଟୁ ଥାନା ଅନ୍ତର୍ଗତ ଟାଗରକୋଟା ଗ୍ରାମରେ ତେନ୍ତୁଳିଗଛକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ପୋଡି ଦିଆଯାଇଛି। ମୋଟୁ ପୁଲିସର ତଦନ୍ତ ବେଳେ ହାଡ, ପାଉଁଶ ଜବତ କରିଛି । ଟାଗରକୋଟା ଗ୍ରାମର ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ୨ ଜଣ ଫେରାର ରହିଛନ୍ତି । ଟାଗରକୋଟା ଗ୍ରାମର ବାନ୍ଦାମ ରାମା ନାମକ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ମୃତଦେହକୁ ପୋଡି ଦିଆଯାଇଛି।

ଟାଗରକୋଟା ଗ୍ରାମର କାଟାମ ମୁତା ଏବଂ ବାନ୍ଦାମ ରାମାଙ୍କ ମଧ୍ୟରେ ଏକ ତେଣ୍ଡୁଳିଗଛକୁ ନେଇ ବିବାଦ ଦେଖା ଦେଇଥିଲା ।

ପୂର୍ବରୁ ମଧ୍ୟ କାଟାମକୁ ମାରିବା ପାଇଁ ବାନ୍ଦାମ ରାମା ଧନୁତୀର ସଜାଗ କରିଥିଲା । ଗତ ୫ ତାରିଖରେ କାଟାମଙ୍କ ଜଣେ ଭାଇର ମୃତ୍ୟୁ ହୋଇଥିଲା । ୬ତାରିଖରେ ପରିବାର ଏବଂ ଗାଁ ଲୋକ ମିଶି ଶ୍ମଶାନକୁ ଯାଇଥିଲେ। ସେହି ସମୟରେ ବାନ୍ଦାମ ସେଠାରେ ଉପସ୍ଥିତ ରହିଥିଲେ । କାଟାମ ଏବଂ ଅନ୍ୟ କିଛି ବ୍ୟକ୍ତି କାଠ କାଟିବା ବାହାନାରେ ବାନ୍ଦାମକୁ ଜଙ୍ଗଲ ଭିତରକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅନ୍ୟ ଏକ ସ୍ଥାନରେ ପୋଡି ଦେଇଥିଲେ। ଏଥିରେ ଅନ୍ୟମାନେ ତାଙ୍କୁ ସହଯୋଗ କରିଥିଲେ। ମୋଟୁ ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଡା ଯାଇଥିବା ସ୍ଥାନରୁ ହାଡ ସହ ପାଉଁଶ ପୁଲିସ ଦ୍ବାରା ଜବତ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଥିବା ମୋଟୁ ଥାନା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।