Odia News Portal

ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ

ନୂଆବର୍ଷରେ ରାଜଧାନୀରେ ନିର୍ମମ ହତ୍ୟା । ଯୁବକଙ୍କୁ ପିଟିପିଟି ହତ୍ୟାକଲେ ଦୁର୍ବୃତ୍ତ । ସୁନ୍ଦରପଦା ନୂଆସାହିରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ସେହି ଅଞ୍ଚଳର ଦିପୁ ରାଉତ । ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନୂଆସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ପାଇଁ ଭୋଜି କରୁଥିଲେ ।
ସେହି ମୟରେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ । ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୁଣି ହଠାତ୍ କିଛି ଯୁବକ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଦିପୁ ରାଉତଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଏୟାରଫିଲ୍ଡ ଥାନା ପୋଲିସ।