Odia News Portal

ଧର୍ମାନୁଷ୍ଠାନ ବିକାଶ ପାଇଁ ୧୬ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁÂାନ ମାନଙ୍କର ବିକାଶ ପାଇଁ ୧୬ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଏଥିରେ ନିମ୍ନୋକ୍ତ ଧର୍ମାନୁÂାନ ମାନଙ୍କର ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହିତ ଗୋÂୀ କେନ୍ଦ୍ର ନିର୍ମାଣ କରାଯିବ ।

ନିଷ୍ପତି ଅନୁଯାୟୀ ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରୀ ଭୁବନେଶ୍ୱର କ୍ୟାଥଲିକ ଚର୍ଚ୍ଚକୁ ଦୁଇକୋଟି ଟଙ୍କା ଓ ଭୁବନେଶ୍ୱର ୟୁନିଟ -୪ କ୍ୟାପିଟାଲ ଚର୍ଚ୍ଚକୁ ଦୁଇକୋଟି ଟଙ୍କା ମଂଜୁର କରାଯାଇଥିବା ବେଳେ କଟକ ମିଶନ ରୋଡସ୍ଥିତ କଟକ ଓଡିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମଇ-ରସୁଲ ମସଜିଦ ଦୁଇକୋଟି ଟଙ୍କା ଲେଖାଏ ଅର୍ଥ ମଂଜୁର କରାଯାଇଛି ।

ସେହିପରି କେନ୍ଦ୍ରାପଡା ଫକୀରାବାଦ ମରକାଜି ମସିଜିଦ,ଭଦ୍ରକ ପୁରୁଣା ବଜାର ଜାମା ମସଜିଦ, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟନ ମସଜିତ, ସମ୍ବଲପୁର ସେଣ୍ଟ ଯୋସେଫ କ୍ୟାଥେଡ୍ରାଲ, ବ୍ରହ୍ମପୁର ଭାପୁର ବଜାର ଜାମିୟା ମସଜିଦ, ଗିରିରୋଡ ବ୍ରହ୍ମପୁର ଓଡିଆ ବାପଟିଷ୍ଟ ଚର୍ଚ୍ଚ, ରାଉରକେଲା ବିଶପ ମିଶନାରୀ ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦକୁ ଏକ କୋଟି ଟଙ୍କା ଲେଖାଏ ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।