Odia News Portal

ଗୋପାଳପୁରରେ ଟାଟା ପ୍ୟାକେଜିଂ ୟୁନିଟ୍‌ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ଜରିଅ ଗୋପାଳପୁର ନିକଟ ରଙ୍ଗେଇଲୁଣ୍ଡ ଠାରେ ଟାଟା କମ୍ପାନୀର ଏକ ପ୍ୟାକେଜିଂ ୟୁନିଟ ଉଦ୍ଘାଟନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଏଓ,ଉପଜିଲ୍ଲାପାଳ ୱି କୀର୍ତି ଭାସନ ଓ ଟାଟା କୋମ୍ପାନିର ବହୁ ଅଧିକାରୀ ଏବଂ ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହା ଓଡିଶାର ସର୍ବ ବୃହତ ୟୁନିଟ ବୋଲି ଟାଟାର ଅଧିକାରୀ କହିଛନ୍ତି । ଏହି ୟୁନିଟ ତିଆରି ନିମନ୍ତେ ୧୦୦ କୋଟି ଖର୍ଚ ହୋଇଥିବା ସୂଚନା ଦେଇଛନ୍ତି। ଏହି ପେକିଙ୍ଗ ୟୁନିଟ ହେବା ଦ୍ଵାରା ଗୋପାଳପୁର ସହ ଗଞ୍ଜାମ ଜିଲ୍ଲାର ବହୁ ଲୋକେ କର୍ମ ନିଯୁକ୍ତି ପାଇବାର ସମ୍ଭାବନା ଥିବା ଦର୍ଶାଇବା ସହ ପ୍ରାୟ ୭୦୦ଲୋକ ଏହି ପେକିଙ୍ଗ ୟୁନିଟରେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ପେକିଙ୍ଗ ୟୁନିଟ ରୁ ଓଡିଶାର ବିଭିନ୍ନ ସ୍ଥାନକୁ ଟାଟା ପ୍ରଡ଼କ୍ଟ ରପ୍ତାନି କରାଯିବ ବୋଲି କହିବା ସହ ଓଡିଶା ସରକାରଙ୍କ ସାହୋଯୋଗରେ ଏହି ୟୁନିଟ ଟି କାର୍ଯ୍ୟକାରି ହୋଇପାରି ଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।