Odia News Portal

ଦୀପଗ୍ରେସ ଏକ୍କା ଓ ବିରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକରେ ଭାରତୀୟ ହକି ଦଳରେ ତିନିଜଣ ଓଡ଼ିଆଙ୍କୁ ସ୍ଥାନ ମିଳିଛି । ପୁରୁଷ ଦଳରେ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାଶଙ୍କୁ ସ୍ଥାନ ମିଳିଥିବା ବେଳେ ମହିଳା ଦଳରେ ଜଣେ ମାତ୍ର ଓଡ଼ିଆ ଖେଳାଳୀ ଦୀପଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମଳିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ବିରେନ୍ଦ୍ର ଲାକ୍ରା ପୁରୁଷ ଦଳରେ ଉପଅଧିନାୟକ ହୋଇଥିବା ବେଳେ ଦୀପଗ୍ରେସ ମହିଳା ଦଳର ଉପଅଧିନାୟକ ହୋଇଛନ୍ତି । ତେବେ ଏମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟ୍ୱିଟରରେ ସେମାନଙ୍କୁ ଶୁଭେଛା ଜଣାଇଛନ୍ତି । ସୂଚନା ଥାଉକି, ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୬ ତାରିଖ ଯାଏଁ ଟୋକିଓରେ ଅଲମ୍ପିକ ଆୟୋଜନ କରାଯିବ ।