Odia News Portal

ଏବେ ବି ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ରାଜା ନବୀନ

ଭୁବନେଶ୍ୱର () ବିରୋଧୀଙ୍କ କୌଣସି ଅଭିଯୋଗ ଓଡିଶାବାସୀଙ୍କ ମନକୁ ଛୁଉଁନି । ଏବେ ନବୀନ ଲୋକପ୍ରିୟତାରେ ସବୁଠୁ ଆଗରେ । ରାଜ୍ୟର ସର୍ବାଧିକ ଲୋକ ନବୀନଙ୍କୁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡ଼େ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ରିପୋର୍ଟ ଅନୁସାରେ ଓଡ଼ିଶାରେ ଗତ ସେପ୍ଟେମ୍ବର ମାସରେ ବିଜେଡିର ଲୋକପ୍ରିୟତା ୪୪% ଥିବାବେଳେ ଚଳିତ ମାସରେ ଏହା ୪୯%କୁ ଛୁଇଁଛି । ଯାହା ଦର୍ଶାଉଛି ଆଗାମୀ ନିର୍ବାଚନରେ ରାଜ୍ୟର କ୍ଷମତା ଡ଼ୋରୀ ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରେ ଧରାଇବେ ଓଡ଼ିଶାବାସୀ ।

ସେହିଭଳି ମୁଖ୍ୟମନ୍ତ୍ରୀ ପସନ୍ଦରେ ରାଜ୍ୟବାସୀଙ୍କ ମନରେ ଏବେ ବି ନମ୍ବନ ୱାନ ଅଛନ୍ତି ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡ଼େ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ସର୍ଭେ ତାଲିକାରେ ନବୀନ ମୁଖ୍ୟମନ୍ତ୍ରୀ ପସନ୍ଦ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କୁ ବହୁ ପଛରେ ପକାଇଛନ୍ତି ।

ରାଜ୍ୟ ବିଜେପିର ମଙ୍ଗୁଆଳ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଛରେ ପକାଇ ନବୀନଙ୍କୁ ୫୨% ସହ ଏକ ନମ୍ବର ସ୍ଥାନରେ ରଖିଛନ୍ତି ରାଜ୍ୟବାସୀ । ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ନବୀନଙ୍କ ବାଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୬%, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୮%, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ୧% ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ମାତ୍ର ୧% ଲୋକ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରୁଛନ୍ତି ।