Odia News Portal

କୁଜିନେତାଙ୍କ ପାଇଁ ଅଟକି ରହିଛି ଡ୍ରେନ ନିର୍ମାଣ, ଜଳବନ୍ଦୀରେ କୋରଡ଼ା ଗୁଣ୍ଡିଚା ସାହି ଲୋକେ

ନୟାଗଡ଼: ପାଣି ଘେରରେ ଗ୍ରାମବାସୀ । ନୟାଗଡ ଜିଲ୍ଲା କୋରଡା ଗ୍ରାମର ଗୁଣ୍ଡିଚା ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏଠାରେ ନିର୍ମାଣ ହୋଇଥିବା ଏକମାତ୍ର ଡ୍ରେନ ଉପରେ, ମାଟି ପୋତି ହୋଇଯାଇଛି । ଯାହା ଫଳରେ ଟିକେ ବର୍ଷା ହେଲେ ପାଣି ଘେରେ ବନ୍ଦୀ ହୋଇଯାନ୍ତି ଏହି ଗାଁ ଲୋକେ । ପଂଚାୟତର କହିବା ଅନୁସାରେ, ଡ୍ରେନ କାମ ପାଇଁ ୧ ଲକ୍ଷ ଟଙ୍କା ଆସିଥିବାବେଳେ କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ କାମ ବନ୍ଦ ରହିଛି । ଏଠାରେ ଏହିପରି ଚାଲିଛି କୁଜିନେତାଙ୍କ ଦବଙ୍ଗଗିରି ।

ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ, ସମସ୍ତଙ୍କୁ ବାରମ୍ଭାର ଅଭିଯୋଗ ସତ୍ୱେ ମଧ୍ୟ ତତ୍ପରତା ଦେଖାଉନାହିଁ ପ୍ରଶାସନ । ଯାହା ଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାକୁ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି । ଘରୁ ଗୋଡ କାଡିଲେ ପାଣିର ସୁଅ । ଫଳରେ ଯିବା ଆସିବା ପାଇଁ ହଇରାଣ ହରକତ ହେଉଛନ୍ତି ଗ୍ରାମବାସୀ । ତେବେ ଦେଖିବାକୁ ବାକି ରହିଲା ଆଉ କେତେଦିନ ପର୍ଯ୍ୟନ୍ତ ପାଣି ଘେରରେ ରହୁଛନ୍ତି ଗ୍ରାମବାସୀ ଓ କେବେ ତିଆରି ହେଉଛି ଡ୍ରେନ୍‌ ।