Odia News Portal

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନୂଆ ନିୟମ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ୧୪ ଦିନ ପରିବର୍ତ୍ତେ ମାତ୍ର ୭ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । କିନ୍ତୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ନିକଟରେ କୋଭିଡ ନେଗେଟିଭ୍ ରହିଥିବା କିମ୍ୱା କରୋନା ଟିକାର ୨ ଡୋଜ୍ ନେଇସାରିଥିବେ ।

ପଶ୍ଚିମବଙ୍ଗ ଫେରନ୍ତା ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବେ ଯଦି ଏ ନେଇ ସୁବିଧା ନଥାଏ ତେବେ ସେମାନେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିପାରିବେ ।  ସୂଚନା ଯୋଗ୍ୟ ପଶ୍ଚିମବଙ୍ଗରୁ ଆସିଲେ ଓଡିଶାରେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ବିଧାନସଭା ନିର୍ବାଚନ ନେଇ ଏବେ ପଶ୍ଚିମବଙ୍ଗରେ ସଭାସମିତି, ପ୍ରଚାର ରାଲି ଜୋର ଜାରି ରହିଛି । ସେଠାରେ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି । ଦୈନିକ ସଂକ୍ରମଣ ୧୦ ହଜାର ପରେ ଚିହ୍ନଟ ହେଉଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିରୁ ଏଭଳି କଟକଣା ଲାଗୁ କରାଯାଇଥିଲା । ସେହିପରି ୪୮ଘଣ୍ଟା ମଧ୍ୟର RTPCR ନେଗେଟିଭ୍ ଥିଲେ ହୋମ୍ କ୍ୱାରେଣ୍ଟାଇନ୍ ଅନୁମତି ମିଳିବ । ତେବେ ଏହି କ୍ୱାରେଣ୍ଟାଇନ୍ ଅବଧି ୧୪ ଦିନିଆ ଥିବା ବେଳେ ଏଥିରେ କିଛିଟା କୋହଳ କରିବା ସହ ନିର୍ଦ୍ଧିଷ୍ଟ ମାପଦଣ୍ଡକୁ ପୂରା କରୁଥିବା ଲୋକଙ୍କୁ ୭ ଦିନିଆ କ୍ଟାରେଣ୍ଟାଇନ୍ ଅନୁମତି ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।