Odia News Portal

ଖଣି ଚୋରି ରୋକିବାକୁ ନୂଆ ନିୟମ

ଭୁୁବନେଶ୍ୱର : ଖଣି କାରବାରକୁ ଅଧିକ ସ୍ୱଚ୍ଛ , ସୁବ୍ୟବସ୍ଥିତ କରିବା ସହିତ ଖଣି ରାଜସ୍ୱ ଆଦାୟ , ଚୋରା ଖଣି କାରବାରକୁ ରୋକିବା ଓ ସରକାରୀ ଅର୍ଥର ବାଟମାରଣାକୁ ପ୍ରତିହତ କରିବାକୁ ‘ଓଡିଶା ଖଣିଜ ପଦାର୍ଥ ଚୋରି, ବେଆଇନ୍ କାରବାର ନିରାକରଣ ସଂଶୋଧନ ଅଧିନିୟମ -୨୦୨୧’କୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛି ।
 ଓଡିଶା ଅଧସ୍ତନ ମଙ୍ଗଳ ସେବା (ନିଯୁକ୍ତି ଓ ଚାକିରି ସର୍ତାବଳୀ) ନିୟମ ୧୯୯୨ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଓଡିଶା ଅଧସ୍ତନ ମଙ୍ଗଳ ସେବାର ପୁନର୍ଗଠନ ଯୋଗୁଁ ଏହି ସେବାର ଅନ୍ତଭୁକ୍ତ ସହାୟକ ଜିଲ୍ଲା ମଙ୍ଗଳ ଅଧିକାରୀ ପଦବୀକୁ ଉନ୍ନୀତ କରାଯାଇ ଓଡିଶା ମଙ୍ଗଳ ସେବା ବର୍ଗରେ ଅନ୍ତଭୁକ୍ତ କରାଯାଇଛି । ଏହାଯୋଗୁଁ ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି , ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ।
ସେହିପରି ଓଡିଶା ମଙ୍ଗଳ ସେବା (ନିଯୁକ୍ତି ଓ ଚାକିରି ସର୍ତାବଳୀ) ନିୟମ ୧୯୯୨ର ସଂଶୋଧନକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ମିଳିଛି ।  
ଏହା ବ୍ୟତୀତ ଓଡିଶା ଲାବ୍ରୋଟାରୀ ଟେକ୍ନିସିଆନ୍ ସେବା ସଂଶୋଧନ ନିୟମ ୨୦୨୧ କୁ କ୍ୟାବିନେଟ୍ ଅନୁମୋଦନ କରିଛି ।