Odia News Portal

ବନ୍ଧା ହେଲେ ଭୁବନେଶ୍ୱର ସବକଲେକ୍ଟର ଅଫିସର ବରିଷ୍ଠ କିରାଣି

ଭୁବନେଶ୍ୱର() ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ସବକଲେକ୍ଟର ଅଫିସର ବରିଷ୍ଠ କିରାଣି ଉଦୟନାଥ ଜେନା । କୋଟିପତି ଉଦୟଙ୍କୁ ଆଜି ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ।

ତେବେ ଗତକାଲି ଉଦୟଙ୍କ ଭୁବନେଶ୍ୱର ସରକାରୀ କାର୍ଯ୍ୟାଳୟ, ସୁନ୍ଦରପଦା ଘରେ ରେଡ୍ ହୋଇଥିଲା । କେନ୍ଦ୍ରାପଡା ରାଜନଗର ସ୍ଥିତ ପୈତୃକ ଘରେ ମଧ୍ୟ ଚଢାଉ ହୋଇଥିଲା । ତାଙ୍କ ନାଁରେ ସାତଟି ପ୍ଲଟ୍ ଠାବ ହୋଇଛି । ଚଢାଉରେ ୧ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ଆୟଠାରୁ ବ୍ୟୟର ୨ଶହ ପ୍ରତିଶତ ଅଧିକ ସମ୍ପତ୍ତି ଜବତ । ଉଦୟନାଥ ୨କୋଟିରୁ ଅଧିକ ଟଙ୍କାର ମାଲିକ । ତାଙ୍କ ନାଁରେ ୭ଟି ଜମି, ୨ଟି ଘର, ପତ୍ନୀଙ୍କ ନାଁରେ ବି ରହିଛି ଜମି । ଜମିର ମୂଲ୍ୟ ୧କୋଟି ୩୨ଲକ୍ଷ ଟଙ୍କାରୁ ଅଧିକ ରହିଛି ।