Odia News Portal

ରାଜ୍ୟରେ ହଟିଲା ନାଇଟ କର୍ଫ୍ୟୁ

ରାଜ୍ୟରେ କୋହଳ ହେଲା କରୋନା କଟକଣା । ରାଜ୍ୟରୁ ହଟିଲା ନାଇଟକର୍ଫ୍ୟୁ । ରାଜ୍ୟର ସବୁ ସହରାଞ୍ଚଳରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ । ଆଜିଠୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ । ନାଇଟ କର୍ଫ୍ୟୁ ହଟିବା ନେଇ ଏସଆରସି ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗିଥିଲା । ତେବେ ବିଗତ ପାଞ୍ଚ ଦିନ ହେଲା ରାଜ୍ୟରେ ଲଗାତାର ଭାବରେ ଏକ ହଜାରେ ତଳେ ସଂକ୍ରମଣ ରହିଛି । ଏହାକୁ ଦୃଷ୍ଟିରେ ରଖି ଏସଆରସି ଏଭଳି ନିଷ୍ପତ୍ତି ନେଇଛନ୍ତି । ସସୂଚନା ଅନୁସାରେ ଆଜି ରାଜ୍ୟରେ ୬ ଶହ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।