Odia News Portal

ଅଭାବନୀୟ ଘଟଣା : ୨ ଶିଶୁଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମା

ମାଲକାନଗିରି :  ନିଜର ୨ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମା । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଗୋରେଇଗୁଡା ଗାଁରେ । ସୀତା ମାଡକାମି ନାମକ ଜଣେ ମହିଳା ତାଙ୍କର ଦୁଇ ପୁଅଙ୍କୁ ବିଷ ଦେଇ ନିଜେ ମଧ୍ୟ ବିଷ ପିଇ ଦେଇ ଆତ୍ମହତ୍ୟା କରିଛନ୍ତି । ୨ ପୁଅଙ୍କ ବୟସ ଯଥାକ୍ରମେ ୭  ବର୍ଷ ଓ ୫ ବର୍ଷ ।

ଏହି ଖବର ଜାଣିବା ପରେ ଗ୍ରାମବାସୀ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସୀତା ମାଡକାମି ଡାକ୍ତରଖାନାରେ ଆଖି ବୁଜିଥିବା ବେଳେ ଦୁଇ ଶିଶୁ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ସାମାନ୍ଯ ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ତେବେ ଯଦି ବି ଉଭୟ ଶିଶୁ ସୁସ୍ଥ ହୋଇଯିବେ ତେବେ ଅନାଥ ହୋଇ ବଞ୍ଚିବେ । ଗତ ଦୁଇ ମାସ ତଳେ ସୀତାଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଛନ୍ତି ।  ସ୍ୱାମୀଙ୍କ ଦେହାନ୍ତ ପରେ ଅଭାବ ଅନଟନରେ ପରିବାର ଚଲାଉଥିଲେ ସୀତା । ଆର୍ଥିକ ଅନାଟନ ଓ ଦାରିଦ୍ରତାରେ ଅତିଷ୍ଠ ହୋଇ ସେ ଏଭଳି ଚରମ ନିଷ୍ପତି ନେଇଥିବା ସନ୍ଦେହ କରୁଛି ପୋଲିସ ।