ଭୁବନେଶ୍ବର: ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ। ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ ଚିଫ ନିଯୁକ୍ତ। ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ବ ପାଇଲେ ଏୟାର ମାର୍ଶାଲ ଦିଲ୍ଲୀପ। ଆସନ୍ତାକାଲି ଦାୟିତ୍ବ ଗ୍ରହଣ କରିବେ ଏୟାର ମାର୍ଶାଲ ଦିଲ୍ଲୀପ। ଫାଇଟର ଜେଟ ମିରେଟ ପାଇଲଟ ଭାବେ ଦିଲ୍ଲୀପଙ୍କ ଦକ୍ଷତା ରହିଛି। କାର୍ଗିଲ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ବାୟୁସେନା ମେଡ଼ାଲ ପାଇଥିଲେ। ୨୦୨୦ରେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡ଼ାଲ ମିଳିଥିଲା। ଏୟାର ମାର୍ଶାଲ ଦିଲ୍ଲୀପଙ୍କର ୨୫୦୦ଘଣ୍ଟାର ଉଡ଼ାଣ ଦକ୍ଷତା ରହିଛି।