Odia News Portal

ଓଡ଼ିଶାର ଭାବ, ଭୂଗୋଳର ବିକଳ୍ପ ନାହିଁ : ରାଜ୍ୟପାଳ

ଭୁବନେଶ୍ୱର : ଓଡ଼ିଶା ହେଉଛି ଏକ ଦିବ୍ୟ ଭୂମି । ଏଠି ସୁଖ ଓ ଶାନ୍ତି ସଦା ବିରାଜିତ । ଓଡ଼ିଶାର ଲୋକମାନେ ଅଧ୍ୟାତ୍ମ ଭାବରେ ନିମଜ୍ଜିତ । ସମଗ୍ର ବିଶ୍ୱରେ ଏମିତି କିଛି ନାହିଁ ଯାହା ଓଡ଼ିଶାରେ ନାହିଁ । ଓଡ଼ିଶାର ଭାବ ଓ ଭୂଗୋଳର ବିକଳ୍ପ ନାହିଁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଅ ।ଜି ରାଜଭବନରେ ଓଡ଼ିଶା ପରିଦର୍ଶନରେ ଅ ।ସିଥିବା ରାଷ୍ଟ୍ରୀୟ ରକ୍ଷା ମହାବିଦ୍ୟାଳୟର ପ୍ରତିନିଧି ଦଳଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶାକୁ ପ୍ରକୃତି ବିଶେଷ ଭାବେ ଅ ।ଶୀର୍ବାଦ କରିଛି । ପ୍ରକୃତିର ସମସ୍ତ ବିଭବ ଓ ସଂପଦ ଏଠାରେ ଉପଲବ୍ଧ । ସଂପ୍ରତି ଓଡ଼ିଶା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପଯର୍ୟଟନ ଅ ।ଦି ସମସ୍ତ କ୍ଷେତ୍ରରେ ନୂତନ ମାନକ ସୃଷ୍ଟି କରି·ଲିଛି । ଓଡ଼ିଶାର କଳା ଓ ସଂସ୍କୃତିର ଅ ।ବେଦନ କାଳଜୟୀ । ଓଡ଼ିଶାରେ ଶାନ୍ତି ଓ ସମୃଦ୍ଧିର ଚିର ପ୍ରବାହ ଜାରି ରହିଛି । ଓଡ଼ିଶାର ଅଭିବୃଦ୍ଧିରେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ବିଭିନ୍ନ କାଯର୍ୟକ୍ରମର ଅବତାରଣା କରି ରାଜ୍ୟପାଳ ଓଡ଼ିଶାକୁ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବରେ ବର୍ଣ୍ଣନା କରିଥିଲେ ।
ମେଜର ଜେନେରାଲ ଏଚ୍.ବି. ପିଲାଇ ଓଡ଼ିଶା ଗସ୍ତ ସଂପର୍କରେ ସୂଚନା ଦେଇଥିଲେ । ପ୍ରତିନିଧି ଦଳର ଅନେକ ସଭ୍ୟ ଓଡ଼ିଶା ସଂପର୍କରେ ସେମାନଙ୍କର ଅନୁଭବ ଓ ଉପଲବ୍ଧି ପ୍ରକାଶ କରିବା ସହିତ ଓଡ଼ିଶାର ପ୍ରଗତିକୁ ପ୍ରଶଂସା କରିଥିଲେ । ପଚିଶ ଜଣିଅ । ଏହି ପ୍ରତିନିଧି ଦଳରେ ଯୁକ୍ତରାଷ୍ଟ୍ର ଅ ।ମେରିକା, କେନିଅ ।, କାଜାଗ୍ସ୍ଥାନ, ଜାପାନ, ଇଜିପ୍ଟ ଅ ।ଦି ଦେଶର ପ୍ରତିନିଧି ମଧ୍ୟ ସାମିଲ ଥିଲେ । ରାଜ୍ୟପାଳ ପ୍ରଫେସର ଲାଲ ଭାରତୀୟ ଦର୍ଶନ ଓ ବି·ର ସଂପର୍କରେ ବ୍ୟଖ୍ୟାନ କରିବା ସହିତ ପ୍ରତିନିଧି ଦଳର ବିଭିିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।