Odia News Portal

ବେଲଗାମ୍ କରୋନା: ଦିନକରେ ୧୧୮୦୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୪୯୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୬୬୧୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୬୮ଜଣ, ଭଦ୍ରକ ଜିଲ୍ଲାରୁ ୩୦୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୫୮ଜଣ, ବୌଦ୍ଧ ଜିଲ୍ଲାରୁ ୨୪୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୮୦ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୩, ବରଗଡ଼ ଜିଲ୍ଲାରୁ ୪୨୧ଜଣ, ଗଜପତି ଜିଲ୍ଲାରୁ ୧୧୫ଜଣ, ଗଞ୍ଜାମ ଜିଲ୍ଲାରୁ ୩୩୧ଜଣ, ଜଗତସିଂହପୁର ଜିଲ୍ଲାରୁ ୨୭୪ଜଣ, ଯାଜପୁର ଜିଲ୍ଲାରୁ ୩୯୨ଜଣ, କଟକ ଜିଲ୍ଲାରୁ ୧୧୯୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୨୭ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭୭ଜଣ, କନ୍ଧମାଳ ଜିଲ୍ଲାରୁ ୮୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୭ଜଣ, ମାଲକାନଗିରି ଜିଲ୍ଲାରୁ ୯୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୭୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୩୯ଜଣ, ନୟାଗଡ଼ ଜିଲ୍ଲାରୁ ୨୮୦ଜଣ, ନୂଆପଡ଼ା ଜିଲ୍ଲାରୁ ୩୦୭ଜଣ, ପୁରୀ ଜିଲ୍ଲାରୁ ୩୩୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୧୪ଜଣ, କୋରାପୁଟ ଜିଲ୍ଲାରୁ ୧୯୬ଜଣ, ସମ୍ବଲପୁର ଜିଲ୍ଲାରୁ ୫୫୩ଜଣ, ସୋନପୁର ଜିଲ୍ଲାରୁ ୨୧୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୦୯ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୮୪ଜଣ ରହିଛନ୍ତି ।