Odia News Portal

ରାଜ୍ୟରେ ବଢିବାରେ ଲାଗିଛି କରୋନା ସ୍ଥିତି ଜଣେ ମହିଳାଙ୍କ ସମେତ ଆଖି ବୁଜିଲେ ୫ କରୋନା ଆକ୍ରାନ୍ତ

ରାଜ୍ୟରେ କରୋନା ନେଇଛି ଆଉ ୫ ଜଣଙ୍କ ମୁଣ୍ଡ । ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି |ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୨୦କୁ ବୃଦ୍ଧି ପାଇଛି ।୫ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୪ ଜଣ ହେଉଛନ୍ତି ପୁରୁଷ।

୫ ମୃତକଙ୍କ ମଧ୍ୟରୁ ଅନୁଗୁଳ , ବାଲେଶ୍ବର, ବଲାଙ୍ଗୀର, କଟକ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଅନୁଗୁଳ ଜିଲ୍ଲାର ଜଣେ ୫୭ ବର୍ଷୀୟା ମହିଳା କରୋନାରେ ଆଖି ବୁଜିଛନ୍ତି। ସେହିଭଳି ବାଲେଶ୍ୱର ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି। ସେ ପୂର୍ବରୁ ଊଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ।ବଲାଙ୍ଗିର ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ବ୍ୟକ୍ତି ଓ କଟକର ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ମଧ୍ୟ କରୋନା ଯୋଗୁ ମୃତ୍ୟୁବରଣ କରିଥିବା ଜଣାଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୪୭୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୦୭୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୧୯୮୫୦ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି କରୋନାରେ ଏଯାବତ୍ ୧୮୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କର ମୃତ୍ୟୁ ଅନ୍ୟ ରୋଗ କାରଣରୁ ହୋଇଛି ।