Odia News Portal

ସୀମା ଲଂଘୁଛି ସଂକ୍ରମଣ, ରାଜ୍ୟରେ ୬୫୯୯ ପଜିଟିଭ ଚିହ୍ନଟ

*ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ଜଣ ସଂକ୍ରମିତ ଚିହ୍ନଟ |

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫୯୯ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୪୦୫୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୭୨ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୮୨୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୮୭, ବୌଦ୍ଧ ଜିଲ୍ଲାରୁ ୭୦ଜଣ, କଟକ ଜିଲ୍ଲାରୁ ୪୮୮ଜଣ, ଦେଓଗଡ଼ ଜିଲ୍ଲାରୁ ୩୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୦ଜଣ, ଗଜପତି ଜିଲ୍ଲାରୁ ୮୧ଜଣ, ଗଞ୍ଜାମ ଜିଲ୍ଲାରୁ ୩୨୩ଜଣ, ଜଗତସିଂହପୁର ଜିଲ୍ଲାରୁ ୯୩ଜଣ, ଯାଜପୁର ଜିଲ୍ଲାରୁ ୨୩୭ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୪୩୬ଜଣ,ବାଲେଶ୍ୱର ଜିଲ୍ଲାରୁ ୧୩୭ଜଣ, ବରଗଡ଼ ଜିଲ୍ଲାରୁ ୨୦୩ଜଣ, ଭଦ୍ରକ ଜିଲ୍ଲାରୁ ୮୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୮ଜଣ ଚିହ୍ନଟ ହୋଇଛନ୍ତି |

ସେହିଭଳି କଳାହାଣ୍ଡି ଜିଲ୍ଲାରୁ ୫୧୮ଜଣ, କନ୍ଧମାଳ ଜିଲ୍ଲାରୁ ୩୫ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୮ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୫୮ଜଣ, କୋରାପୁଟ ଜିଲ୍ଲାରୁ ୬୯ଜଣ, ମାଲକାନଗିରି ଜିଲ୍ଲାରୁ ୨୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୮୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୨୧ଜଣ, ନୟାଗଡ଼ ଜିଲ୍ଲାରୁ ୯୧ଜଣ, ନୂଆପଡ଼ା ଜିଲ୍ଲାରୁ ୫୫୧ଜଣ, ପୁରୀ ଜିଲ୍ଲାରୁ ୧୪୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୧୭ଜଣ, ସମ୍ବଲପୁର ଜିଲ୍ଲାରୁ ୨୨୬ଜଣ, ସୋନପୁର ଜିଲ୍ଲାରୁ ୧୨୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୩୪ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୦୧ଜଣ ରହିଛନ୍ତି ।