Odia News Portal

ରେକର୍ଡ଼ ଭାଙ୍ଗିଲା କରୋନା: ଦିନକରେ ୬୬୪୭ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୧୩୪୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୯୨ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୮୫୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରାମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୧୧୮୯ ପଜିଟିଭ୍ ଚିହ୍ନଟ ହୋଇଥିବା ସମୟରେ ଅନୁଗୁଳ ୧୪୧, ଦେଓଗଡ଼ ଜିଲ୍ଲାରୁ ୩୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୪ଜଣ, ଗଜପତି ଜିଲ୍ଲାରୁ ୯୬ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୧ଜଣ, କନ୍ଧମାଳ ଜିଲ୍ଲାରୁ ୨୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୩ଜଣ,ବାଲେଶ୍ୱର ୫୩ଜଣ, ବରଗଡ଼ ୨୯୦ଜଣ, ଭଦ୍ରକ ଜିଲ୍ଲାରୁ ୪୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୩୪ଜଣ, ବୌଦ୍ଧ ଜିଲ୍ଲାରୁ ୩୯ଜଣ ଚିହ୍ନଟ ହୋଇଛନ୍ତି |

ସେହିଭଳି କଟକ ଜିଲ୍ଲାରୁ ୩୩୬ଜଣ, କୋରାପୁଟ ଜିଲ୍ଲାରୁ ୬୭ଜଣ, ମାଲକାନଗିରି ଜିଲ୍ଲାରୁ ୧୭ଜଣ, ଜଗତସିଂହପୁର ଜିଲ୍ଲାରୁ ୬୫ଜଣ, ଯାଜପୁର ଜିଲ୍ଲାରୁ ୧୩୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୪୩ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୨୪ଜଣ, ନୟାଗଡ଼ ଜିଲ୍ଲାରୁ ୧୧୦ଜଣ, ନୂଆପଡ଼ା ଜିଲ୍ଲାରୁ ୫୫୯ଜଣ, ପୁରୀ ଜିଲ୍ଲାରୁ ୩୯୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୧୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୭୫ଜଣ, ସୋନପୁର ଜିଲ୍ଲାରୁ ୨ଜଣ , ସୁନ୍ଦରଗଡ଼ ଜିଲ୍ଲାରୁ ୭୮୮ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୬୬ଜଣ ରହିଛନ୍ତି ।