Odia News Portal

ଓଡିଶାରୁ ଫେରିବା ଆରମ୍ଭ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ

ଓଡ଼ିଶାରୁ ଫେରିବା ଆରମ୍ଭ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଆଦି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରୁ ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଏଥିସହ ଅନୁଗୁଳ ଓ ବୌଦ୍ଧର ଅଧିକାଂଶ ସ୍ଥାନରୁ ତଥା ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି କିଛି ସ୍ଥାନରୁ ମଧ୍ୟ ମୌସୁମୀ ଫେରିବା ଆରମ୍ଭ କରିଛି । ଆସନ୍ତା ୨ ଦିନରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ଫେରିଯିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ପାଗ ଶୁଖିଲା ଓ ଖରାଟିଆ ରହିଛି। ମୌସୁମୀଜନିତ ବର୍ଷା ରାଜ୍ୟରେ ଆଉ ବିଶେଷ ହେବାର ନାହିଁ ବୋଲି କୁହାଯାଇଛି ।