Odia News Portal

ରାଜ୍ୟରେ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ୨୩ ଛୁଇଁଲା

ରାଜ୍ୟରେ ଚିନ୍ତା ବଢାଉଛି ଓମିକ୍ରନ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଂଚିଛି । ୩୯ ଜଣଙ୍କର ଜିନମ୍ ସ୍ୱିକେନ୍ସ ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ରାଜ୍ୟରେ ୧୪ ଓମିକ୍ରନ୍ ଆକ୍ରାନ୍ତ ହୋଇଥିଲେ । ଏନେଇ ILS ପକ୍ଷରୁ ସ୍ୱାସ୍ଥ ବିଭାଗକୁ ସୂଚନା ଦିଆଯାଇଛି।
ଏମାନଙ୍କ ମଧ୍ୟରୁ ୧୦ଟି ଲୋକାଲ କେସ୍ ରହିଛି। ୧୧ଜଣ ବିଦେଶ ଫେରନ୍ତା ଫିନ୍ଲାଣ୍ଡ, ଓମାନ, ସାଉଦି ଆରବ, ଦୁବାଇ ଓ ସିରିଆରୁ ଫେରିଛନ୍ତି। ଫିନଲାଣ୍ଡ ଫେରନ୍ତାଙ୍କ ସଂସ୍ପର୍ଶରେ ଆସି ୨ଜଣ ସଂକ୍ରମିତ ହୋଇଥିବା ଆଇଏଲଏସ ପକ୍ଷରୁ କୁହାଯାଇଛି।