Odia News Portal

ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନରେ ଦିଆଯିବ ଶିକ୍ଷାଦାନ

ଭୁବନେଶ୍ୱର: କରୋନା ସମୟରେ ଆସିଛି ଖୁସି ଖବର । ମହାମାରୀ ଲାଗି ଛାତ୍ର ଛାତ୍ରୀଙ୍କ କ୍ଲାସ ଅନଲାଇନରେ କରାଯାଉଛି । ଏବେ କଲେଜ ଯାଇ କ୍ଲାସ କରିବା ଏକ ପ୍ରକାର ବନ୍ଦ ହୋଇଯାଇଛି । ତେବେ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କୁ ଦୂରଦର୍ଶନରେ ଦିଆଯିବ ଶିକ୍ଷାଦାନ । ଚଳିତ ମାସ ୧୭ରୁ ୨୨ ତାରିଖ ଯାଏଁ କରାଯିବ କ୍ଲାସ । ରାତି ୯ଟାରୁ ୧୧ଟା ଯାଏଁ ହେବ ପ୍ରସାରଣ । ଫିଜିକ୍ସ ଓ କେମେଷ୍ଟ୍ରି କ୍ଲାସ କରାଯିବା ନେଇ ସୂଚନା ମିଳିଛି । ତେବେ ସମସ୍ତ ଛାତ୍ର ଛାତ୍ରୀ ଏହି କ୍ଲାସରେ ଯୋଗଦାନ କରିବା ଲାଗି କୁହାଯାଇଛି ।