Odia News Portal

ବିଧାନସଭାରେ ଗାନ୍ଧୀଙ୍କ ଚର୍ଚ୍ଚା: ପ୍ରଦୀପ୍ତଙ୍କ ବିବୃତିରେ ୩ ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଓଡ଼ିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଧାନସଭାରେ ଗାନ୍ଧୀଙ୍କ ଚର୍ଚ୍ଚା ହୋଇଥିଲା । ମହାତ୍ମା ଗାନ୍ଧୀ ଓଡ଼ିଶା ଆସିବା ଅବସରରେ ଇତିହାସରେ କ’ଣ ଘଟିଥିଲା ତାକୁ ଉପସ୍ଥାପନ କରିବା ଯେତିକି ଜରୁରୀ,ତାଙ୍କ ନୀତି ଓ ବିଚାରକୁ ଆମେ କେତେ ଦୂର ପାଳନ କରୁଛେ ତାର ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି ବିରୋଧୀ ଦଳ ନେତା ଦର୍ଶାଇଥିଲେ ।

ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିବୃତି ରଖି ଗାନ୍ଧୀଜିଙ୍କ ବାବଦରେ ଏହି ଭଳି ମତ ରଖିଛନ୍ତି ।ଏବଂ ତାଙ୍କ ବିବୃତିରେ ୩ଟି ପ୍ରସଙ୍ଗ ଉଠାଇଛନ୍ତି ।ପ୍ରଥମରେ ମଦର ମାତ୍ରାଧିକ ବ୍ୟବହାର ଉପରେ ରୋକ ଲଗାଯାଉ,ଭାଷା ଅଇନକୁ କଡାକଡି ଅନୁପାଳନ କରାଯାଉ,ଗୋ-ଚାଲାଣକୁ ରୋକାଗଲେ, ଏହା ହିଁ ହେବ ଗାନ୍ଧୀଙ୍କ ପ୍ରତି ପ୍ରକୃତ ସମ୍ମାନ ବୋଲି କହିଛନ୍ତି ପ୍ରଦୀପ୍ତ ।

ପ୍ରଥମ ଥର ପାଇଁ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ ଜାତିର ପିତା ଗାନ୍ଧୀ । ବିଧାନସଭା ପରିସରରେ ବାପୁ ପ୍ରତିମୂର୍ତି ଠାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ସଦସ୍ୟଙ୍କ ଠାରୁ ଆରମ୍ଭ କରି ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ବାପୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।