Odia News Portal

ବନ୍ୟା ସ୍ଥିତି ଯୋଗୁଁ ଏଏସଓ ଲିଖିତ ପରୀକ୍ଷା ଘୁଞ୍ଚିଲା

ବନ୍ୟା ସ୍ଥିତି ପାଇଁ ଏଏସଓ ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ରବିବାର ଏହି ପରୀକ୍ଷା ହେବାର ଥିଲା । ପରବର୍ତ୍ତୀ ଆଦେଶ ଯାଏ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ନୂଆ ତାରିଖ ଖୁବଶୀଘ୍ର ଘୋଷଣା ହେବ ବୋଲି ଓପିଏସସି ସୂତ୍ରରୁ ସୂଚନା ଦିଆଯାଇଛି।