Odia News Portal

ଓଏସଏନଇ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ବିଦେଶରେ ରହିଛନ୍ତି ସତ, କିନ୍ତୁ ଆଜି ବି ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ମନେ ରଖିଛନ୍ତି । ଓଡ଼ିଶା ସୋସାଇଟ୍ ଅଫ୍ ନ୍ୟୁ ଇସଲାଣ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଜୁମ୍ ପେ ଧୁମ୍ ଇଉଥ୍ ମୁନମୁନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ରାଜ୍ୟ ଏବଂ ଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଖାସ କରି ଆମେରିକାରେ ରହୁଥିବା ପ୍ରବାସୀଙ୍କୁ ଏକାଠି କରି ଖୁସି ବାଣ୍ଟିବା ଏବଂ ଖାସ୍ ମୂହୁର୍ତ୍ତ ତିଆରି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ତେବେ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଓଡ଼ିଶାର ଘରେ ଘରେ ପରିଚିତ ଅଭିନେତ୍ରୀ ତଥା ଉପସ୍ଥାପିକା ମୁନମୁନ । ସେପଟେ ୨୦୧୯ ମିସେସ ଇଣ୍ଡିଆ ୟୁନିଭର୍ସର ବିଜେତା ମଧ୍ୟ ହୋଇଥିଲେ ମୁନମୁନ । କାର୍ଯ୍ୟକ୍ରମକୁ ସୁଚାରରୁ ରୂପେ ସଞ୍ଚାଳନ କରିବା ସହ ସମସ୍ତଙ୍କର ସେ ମଧ୍ୟ ପ୍ରିୟ ହୋଇପାରିଛନ୍ତି ।

ଓଡ଼ିଶାର ଯୁବପିଢ଼ୀଙ୍କୁ ଉତ୍ସାହିତ କରିବା ସହ ଆଗକୁ ବଢ଼ିବା ଲାଗି ପ୍ରେରଣା ଯୋଗାଇବା ଓଏସଏନଇର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଛନ୍ତି ସମ୍ପାଦକ/ସଭାପତି ବିଶ୍ୱଭୂଷଣ ସାହୁ । ସେପଟେ ଓଏସଏନଇର ଉପସଭାପତି ରିମା ପଟ୍ଟନାୟକ ଓ ସସ୍ମିତା ଶତପଥୀ ମଧ୍ୟ ସମାନ କଥା କହିବା ସହ ଓଡ଼ିଆମାନେ କିପରି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ନାଁ କମେଇବେ ସେ ସମ୍ପର୍କରେ କହିଥିଲେ । ଆମେରିକାରେ ରହୁଥିବା ଓଡ଼ିଆଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ସହ ଏକାଠି କରି ରଖିବା ଏଭଳି କାର୍ଯ୍ୟକ୍ରମମାନ ଚାଲୁ ରହିବ ବୋଲି ମଧ୍ୟ କୁହାଯାଇଛି । ସେପଟେ ଜୁମରେ ଅନୁଷ୍ଠିତ ମିଟିଙ୍ଗରେ ବୁଦ୍ଧନାଥ ପାଢ଼ୀ,କଲ୍ୟାଣୀ ପାଢ଼ୀ, ସତ୍ୟବ୍ରତ ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର, ବିଜୟ ମିଶ୍ର, ରାଜେଶ ପଟ୍ଟନାୟକ, ଜୟଶ୍ରୀ ମହାପାତ୍ର, ଲିପ୍ସା ପଣ୍ଡା, ଆକାକ୍ଷା ପଟ୍ଟନାୟକ, ରଶ୍ମିରଞ୍ଜନ ରଥ, ଅକ୍ଷୟ ମହାନ୍ତି, ମଳୟ ପାଲ, ନିହାର ନନ୍ଦ, ବିକାଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।