Odia News Portal

ଅଶ୍ଳୀଳ ଭିଡିଓ ନାଁରେ ବ୍ଲାକମେଲିଂ,୨ ଗିରଫ

ଭୁବନେଶ୍ୱର() ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ପୋଲିସ ଚଢାଉ କରିଛି । ହୋଟେଲରେ ହିଡେନ୍ କ୍ୟାମେରା ଲଗାଇ ରୁମ୍ ଭିତରେ ରହୁଥିବା ଭିଜିଟର୍ସଙ୍କ ଅଶ୍ଲୀଳ ଭିଜୁଆଲ ରେକର୍ଡ କରୁଥିବା ନେଇ ଅଭିଯୋଗ ଆସିଥିଲା । ହୋଟେଲ କର୍ମଚାରୀ ୫୦ହଜାର ଟଙ୍କା ମାଗୁଥିବା ଥାନାରେ ଯୁବତୀ ଅଭିଯୋଗ କରିଛନ୍ତି। ପୋଲିସ ଯୁବତୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ହୋଟେଲର ଉକ୍ତ ଦୁଇ କର୍ମଚାରୀଙ୍କୁ ଗିରଫ କରି ପଚରାଉଚରା କରୁଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖରେ ଯୁବତୀଜଣଙ୍କ ଜନ୍ମଦିନ ପାଳନ କରିବା ଲାଗି ଉକ୍ତ ହୋଟେଲକୁ ଯାଇଥିଲେ। ବିଳମ୍ବ ହୋଇଯାଇଥିବାରୁ ପୁରୁଷ ବନ୍ଧୁ ଓ ସେ ଉକ୍ତ ହୋଟେଲରେ ରହିଯାଇଥିଲେ। ହେଲେ ପୁରୁଷବନ୍ଧୁଙ୍କ ସହ ଅନ୍ତରଙ୍ଗ ସମୟର କିଛି ଭିଡିଓ ହିଡେନ୍ କ୍ୟାମେରା ଲଗାଇ ଉକ୍ତ କର୍ମଚାରୀମାନେ ଉତ୍ତୋଳନ କରିଥିଲେ। ଏହାର କିଛିଦିନ ପରେ ହେଟେଲର ଜଣେ କର୍ମଚାରୀ ଫୋନ କରି ଯୁବତୀଙ୍କୁ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। ଏପରି ନ କରିବା ଲାଗି ୫୦ହଜାର ମାଗିଥିଲେ। ଏପରିକି ସେମାନଙ୍କର ଏଭଳି ବାରମ୍ବାର ଧମକ ପରେ ଯୁବତୀ ଆତ୍ମହତ୍ୟା ଉଦ୍ୟମ ପାଇଁ ଚେଷ୍ଟା କରିଥିବା କହିଛନ୍ତି।