Odia News Portal

ପଦ୍ମପୁର ଉପନିର୍ବାଚନ :୭ମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ

ଚାଲିଛି ରାଉଣ୍ଡ ପରେ ରାଉଣ୍ଡ ଭୋଟ୍ ଗଣତି।ପ୍ରଥମ ରାଉଣ୍ଡ ଗଣତି ପରେ ବିଜେଡି ୫୫୦୧, ବିଜେପି ୩୭୮୯, କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ୍ ହାତେଇଥିଲା। ପରେ ପ୍ରଥମ ରାଉଣ୍ଡ ସୁଦ୍ଧା ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲା ବିଜେଡି । ପ୍ରଥମ, ଦ୍ୱିତୀୟ, ତୃତୀୟ ରାଉଣ୍ଡ ଠାରୁ ଆରମ୍ଭ କରି ୭ମ ରାଉଣ୍ଡ ସୁଦ୍ଧା ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ। କେବଳ ୭ମ ରାଉଣ୍ଡରେ  ବିଜେଡି ୫୭୬୫ ଭୋଟ୍ ହାତେଇଥିବା ବେଳେ ବିଜେପି ୩୯୨୧, କଂଗ୍ରେସ ୧୬୧ ଏବଂ ଅନ୍ୟାନ୍ୟ ୩୩୦ ଭୋଟ୍ ହାତେଇଛନ୍ତି ।

ସୂଚନା ଅନୁଯାୟୀ, ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ପ୍ରଥମେ ପୋଷ୍ଟାଲ ବାଲଟ ଏବଂ ପରେ ଇଭିଏମ ଗଣତି ଚାଲିଛି। ୧୪ଟି ଟେବୁଲେ ୩୧୯ଟି ବୁଥର ଗଣତି ବ୍ୟବସ୍ଥା କରାଯାଇଛି । ମୋଟ ୨୩ଟି ରାଉଣ୍ଡରେ ହେବ ଭୋଟ ଗଣତି ।  ଗଣତି ବେଳେ ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ରହିବେ। ଇଭିଏମରେ ଯାନ୍ତ୍ରିକ ସମସ୍ୟା ଦେଖାଦେଲେ ତାର ମରାମତି ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ବ୍ୟତିତ ଗଣତି କେନ୍ଦ୍ରରେ କେହି ମୋବାଇଲ ବ୍ୟବହାର କରି ପାରିବେ ନାହିଁ । ଗଣତି ବେଳେ କେଉଁ ରାଉଣ୍ଡରେ କିଏ ଆଗୁଆ ରହିଲା ଜାଣିବା ପାଇଁ results.eci.gov.inରେ ଜାଣି ପାରିବେ ।