Odia News Portal

ପଦ୍ମପୁରରେ ରେକର୍ଡ ୮୧ ଦଶମିକ ୨୯ ପ୍ରତିଶତ ମତଦାନ

ପଦ୍ମପୁର ଉପନିର୍ବାଚନରେ ସର୍ବକାଳୀନ ରେକର୍ଡ ମତଦାନ ହୋଇଛି । ମୋଟ ୮୧.୨୯ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର । ପୂର୍ବରୁ ୨୦୧୯ ମସିହାରେ ଏଠାରେ ୭୯ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ପଦ୍ମପୁର ଉପନିର୍ବାଚନରେ ୨ ଲକ୍ଷ ୯ ହଜାର ୩୦୯ ଜଣ ଭୋଟର ମତଦାନ କରିଛନ୍ତି । ଆସନ୍ତା ୮ ତାରିଖରେ ଭୋଟ ଗଣତି ହେବ ।