Odia News Portal

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାର ଅଧିକାରୀମାନେ ଜାରି କରିଛନ୍ତି ବିଜ୍ଞପ୍ତି । ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଜିଲ୍ଲା ଓ ବ୍ଲକ କାର୍ୟ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଫେବ୍ରୁଆରୀ ୧୬ରୁ ମତଦାନ ଆରମ୍ଭ ହେବ । ମୋଟ୍ ୫ଟି ପର୍ୟ୍ୟାୟରେ ମତଦାନ ହେବ । ପ୍ରାର୍ଥୀମାନେ ୧୭ରୁ ୨୧ ତାରିଖ ଭିତରେ ନାମାଙ୍କନ ପତ୍ର ଦାଖଲ କରିବେ । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ । ୨୫ ପର୍ୟ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ତ୍ୟାହାର ଏବଂ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଏଥର ନିର୍ବାଚନରେ ୯୧ ହଜାର୯୧୩ ୱାର୍ଡମେମ୍ବର, ୬୭୯୪ ସରପଞ୍ଚ, ୬୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ମତଦାନ ହେବ । ମୋଟ ୨ କୋଟି ୭୯ ଲକ୍ଷ ଭୋଟର ନିର୍ବାଚନରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ।