Odia News Portal

ନବ ବର୍ଷରେ ପୁରୀ ଗସ୍ତ କଲେ ପାଣ୍ଡିଆନ

ନୂଆ ବର୍ଷରେ ପୁରୀ ଗସ୍ତ କରି କାମ ତଦାରଖ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ଶ୍ରୀମନ୍ଦିର ଚାରିପାଖ କାମ ପରିଦର୍ଶନ କରିଛନ୍ତି । ୭୫ମିଟର ସୁରକ୍ଷା କରିଡର ନିର୍ମାଣ କାର୍ୟ୍ୟ ତଦାରଖ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । କଟକଣା ଯୋଗୁଁ ମନ୍ଦିର ଭିତରକୁ ନଯାଇ ବାହାରେ ପରିକ୍ରମା କରି ପରିଦର୍ଶନ କରିଥିଲେ 5T ସଚିବ ।
ଗତ ବର୍ଷ ନଭେମ୍ବର ୨୪ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେଉଛି ସବୁଜ ବଳୟ । ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯାଉଛି। ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ବତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର କରାଯିବ। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ରହିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା।