Odia News Portal

କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ ଟିମ୍

କଟକ ବିରିବାଟି ଅଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରିଛି ଏସଟିଏଫ ଟିମ୍ ।ଏହି ଜୀବନ୍ତ ବଜ୍ରକାପ୍ତାଟି କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଟିମ୍ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି ।

ସୂଚନାନୁସାରେ ଏସ୍‌ଟିଏଫ୍‌ ଟିମ୍ କଟକ କନ୍ଦରପୁରର ବିରିବାଟି କେନାଲ ରୋଡ ରାସ୍ତାରେ ୧ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ ହେଉଥିବା ସମୟରେ ଟିମ୍ ପକ୍ଷରୁ ବଜ୍ରକାପ୍ତା ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଗତ୍‌ସିଂହପୁର ଜିଲ୍ଲାର ଢିଅସାହି ଗୁମୁଟିପୁରର ସନ୍ତୋଷ କୁମାର ଦଳାଇ । ଅଭିଯୁକ୍ତ ଗିରଫ ପରେ ଏସ୍‌ଡିଜେଏମ୍‌ କୋର୍ଟକୁ ଫରୱାର୍ଡ କରିଦିଆ ଯାଇଛି । ବଜ୍ରକାପ୍ତା ସହ ଏସ୍‌ଟିଏଫ୍‌ ଟିମ୍‌ ଅନ୍ୟ କେତେକ ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଛି ।

ୱାଇଲ୍ଡ ଲାଇଫ ସୁରକ୍ଷା ଅଧିନିୟମ ୧୯୭୨ର ଆଇପିସି ଧାରା ୩୭୯ ଏବଂ ୪୧୧ ଅନୁଯାୟୀ ଏସ୍‌ଟିଏଫ୍ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ତେବେ ଉଦ୍ଧାର ହୋଇଥିବା ଜୀବନ୍ତ ବଜ୍ରକାପ୍ତାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ।