Odia News Portal

କରୋନାର ତୃତୀୟ ଲହରକୁ ରୋକିବାକୁ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ନିର୍ଦ୍ଦେଶ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କରୋନା ସ୍ଥିତିର ସମୀକ୍ଷା କରିବା ସହ ଟିକାକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ କଥା ହୋଇଛନ୍ତି । ଏହି ସମୟରେ କରୋନାର ତୃତୀୟ ଲହରକୁ ରୋକିବା ଆମର ଦାୟିତ୍ୱ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦୀ କହିଛନ୍ତି ଯେ, ଆମକୁ କରୋନା ଭାଇରସର ପ୍ରତି ଭାରିଆଣ୍ଟ ଉପରେ ନଜର ରଖିବାକୁ ହେବ । ମ୍ୟୁଟେସନ୍ ହେବା ପରେ ଏହା କେତେ ମାରାତ୍ମକ ତାହା ବିଶେଷଜ୍ଞମାନେ ନିରନ୍ତର ଭାବେ ଗବେଷଣା କରୁଛନ୍ତି । ତେବେ ସାମାଜିକ ଦୂରତା ରକ୍ଷା କରିବା ସହ ଉପଚାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କରୋନା ପାଇଁ ପର୍ଯ୍ୟଟନ ପ୍ରଭାବିତ ହୋଇଛି । କିନ୍ତୁ ବଜାର ଓ ହିଲ୍ ଷ୍ଟେସନରେ ମାସ୍କ ପିନ୍ଧି ବୁଲିବା ଅନୁଚିତ । ଟିକାକରଣ ଅଭିଯାନରେ ପୂର୍ବତ୍ତୋର ରାଜ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତୃତୀୟ ଲହରର ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବତ୍ତୋରରେ ଟିକାକରଣ ପାଇଁ ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଧାର କରିବାକୁ କ୍ୟାବିନେଟ୍ ୨୩ ହଜାର କୋଟିର ପ୍ୟାକେଜକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇପାରିବ । ସଂକ୍ରମଣ ରୋକିବା ପାଇଁ ତୃଣମୂଳ ସ୍ତରରେ କଡା ପଦକ୍ଷେପ ନେବାକୁ ହେବ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ନଜର ରଖିବାକୁ ହେବ । ପୂର୍ବତ୍ତୋରର ଭୌଗଳିକ ଅବସ୍ଥିତି ସତ୍ତ୍ୱେ ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ତ୍ୱରାନ୍ବିତ କରାଯାଉଥିବା ସେ କହିଛନ୍ତି ।