Odia News Portal

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି କରୋନା ମହାମାରୀ ଭୟ ।ଧୀରେ ଧୀରେ ଅବସ୍ଥା ନିୟନ୍ତ୍ରଣ ବାହାରକୁ ଯାଉଛି । ଏହାକୁ ଦେଖି କିଛି ରାଜ୍ୟରେ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟ ଓ ଜିଲ୍ଲା ପ୍ରଶାସନ କଡ଼ା ନିୟମ ଲାଗୁ କରି ଦେଇଥିବା ବେଳେ ଟିକାକରଣକୁ ତୀବ୍ର କରିବାକୁ ମଧ୍ୟ ପ୍ରକିୟା ଜୋର ଧରିଛି ।

ସୂଚନା ଅନୁଯାୟୀ, ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଆଜି ଦିନ ୧୧ରେ ଏହି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଗତ ଜାନୁଆରୀରେ କରୋନା ସଂକ୍ରମଣକୁ ନେଇ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଜାନୁଆରୀ ବୈଠକରେ ଟିକାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ​ଏବେ କିନ୍ତୁ ସଂକ୍ରମଣକୁ ନେଇ କି ପ୍ରକାର ପଦକ୍ଷେପ ନିଆଯିବ ତା’ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ।

ସେପଟେ ଟିକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ୨ ମାସ ହେବ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୩ କୋଟି ଲୋକଙ୍କୁ ଭ୍ୟାକସିନ ଦିଆଯାଇସାରିଲାଣି । ଟିକାକରଣ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିପାରନ୍ତି ।