Odia News Portal

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ଏବେ ପୁଣି କରୋନାର ସଙ୍କ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ ତାରିଖରେ ଭର୍ଚୁଆଲ ମୋଡରେ କରିବେ ଆଲୋଚନା । ଦେଶରେ କୋଭିଡ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ।
ଦେଶରେ କ୍ରମାଗତ ୫ଦିନ ଧରି ୨ ହଜାର ଉପରେ ରହୁଛି ସଙ୍କ୍ରମଣ । ତେବେ ୨୪ ଘଣ୍ଟାରେ ୨୫୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୪ ଜଣଙ୍କ ଜୀବନ ନେଇଛି ମହାମାରୀ । ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ହଟସ୍ପଟ୍ ପାଲଟିଛି ।