Odia News Portal

କମ୍ବିଂ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ : ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶା ପାଇଁ ସତର୍କଘଣ୍ଟି ସଦୃଶ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାବାହିନୀ ପକ୍ଷରୁ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି । ଆଜି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା  ଅନ୍ତର୍ଗତ କୋଲାମପଡା ଗାଁ ନିକଟ ଜଙ୍ଗଲରେ ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ । କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ପୋଲିସ ତରଫରୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । କିନ୍ତୁ ମାଓବାଦୀଙ୍କ ତରଫରୁ ପ୍ରଥମେ ଗୁଳିବିନିମୟ ହୋଇଥିଲା ପରେ ପୋଲିସ ତରଫରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ପରେ ଘଞ୍ଚ ଜଙ୍ଗଲର ସୁଯୋଗ ଉଠାଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।

ପୋଲିସ ସର୍ଚ୍ଚ ଅପେରସନ କରି ୨ଟି ସୋଲାର ପ୍ଲେଟ୍, ମାଓ ବହି, କିଟ୍ ବ୍ୟାଗ୍ ଓ କିଛି ଔଷଧ ସମେତ ବହୁ ମାଓ ସାମଗ୍ରୀ ଜବତ କରିଛି । ଏହି ମାଓ ସଂଗଠନ ଓଡିଶା ଷ୍ଟେଟ୍ କମିଟିର କେକେବିଏନ  ଡିଭିଜନର ଓ  ଏହି ଗ୍ୟାଙ୍ଗରେ ୧୫ରୁ ୨୦ଜଣ ମାଓ  ସଦସ୍ୟ ଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବୀନତି ଅଗ୍ରୱାଲ  । ବର୍ତ୍ତମାନ ବି ସେଠାରେ କମ୍ବିଂ ଅପରେସନରେ ଜାରି ରହିଥିବା ସେ କହିଛନ୍ତି  ।