Odia News Portal

୩୦୦କୋଟି ଟଙ୍କାର ଦୁର୍ନୀତି କରାଯାଇଛି

ଭୁବନେଶ୍ୱର() କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ଏହାରି ଭିତରେ ଶ୍ରମିକଙ୍କ ପାଇଁ କୋଭିଡ କିଟ୍ସ କିଣାରେ ବଡ଼ ଦୁର୍ନୀତି କରାଯାଇଥିବା ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ ଆଣିଛନ୍ତି ।

ଶ୍ରମିକଙ୍କ ପାଇଁ କିଟ୍ସ କିଣାରେ ୩୦୦କୋଟି ଟଙ୍କାର ଦୁର୍ନୀତି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ୨୮ ଲକ୍ଷ ୨୨ ହଜାର ଶ୍ରମିକଙ୍କ ଅର୍ଥ ହରିଲୁଟ ହୋଇଛି । ଚଷମା, ଜୋତା, ଗ୍ଲୋଭସ, ହେଲମେଟ ଓ ଜ୍ୟାକେଟ କିଣାରେ ଦୁର୍ନୀତି କରାଯାଇଛି । ୧୨ ଟଙ୍କା ଚଷମାକୁ ୬୦ରେ, ୧୮୫ ଟଙ୍କା ଜୋତାକୁ ୪୧୩ ଟଙ୍କାରେ କିଣାଯାଇଛି । ୧୦ ଟଙ୍କା ଗ୍ଲୋଭସକୁ ୯୦ରେ ଓ ୪୫ ଟଙ୍କା ହେଲମେଟକୁ ୧୧୦ ଟଙ୍କାରେ କିଣାଯାଇଛି । ବମିଖାଲର ଏକ ସଂସ୍ଥାରୁ ୨ ଟଙ୍କାର ମାସ୍କକୁ ୮୦ଟଙ୍କାରେ କିଣାଯାଇଛି ।

ଏହି ଅବସରରେ ଶ୍ରୀ ମାଝୀ ମାଲକାନଗିରି, କଟକ ଓ ଅନୁଗୁଳ ଜିଲ୍ଲାର ତଥ୍ୟ ପ୍ରଦାନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ଉପରୋକ୍ତ ୩ଟି ଜିଲ୍ଲାର ଜିଲ୍ଲାପାଳ ଓ ଶ୍ରମମନ୍ତ୍ରୀଙ୍କୁ ତଦନ୍ତ ଘେରକୁ ଆଣିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି । ଏହାଛଡ଼ା ଶ୍ରୀ ମାଝୀ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଇସ୍ତଫା ଦାବି କରିଛନ୍ତି ।