Odia News Portal

ବାଲୁଗାଁ ନଗର ବିଜେପି ସଭାପତିଙ୍କୁ ପିଟିଲେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ପୁଣି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି । ବିଚ୍ ରାସ୍ତାରେ ବାଲୁଗାଁ ନଗର ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ବିଧାୟକ ପିଟିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକଙ୍କୁ ଗିରଫ କରିବା ଦାବିରେ ବାଲୁଗାଁ ଥାନା ଆଗରେ ବିଜେପି କର୍ମୀମାନେ ଧାରଣା ଦେଇଛନ୍ତି । ଗାଡ଼ିରୁ ଓହ୍ଲାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ପୂର୍ବରୁ ମଧ୍ୟ ବିଧାୟକ ଦବଙ୍ଗଗିରି ଦେଖାଇଥିବାରୁ ଅଭିଯୋଗ ଆସିଥିଲା ।