Odia News Portal

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ । କୋଭିଡ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପ୍ରତାପ । ସେ କହିଛନ୍ତି ଏଭଳି କାର୍ଯ୍ୟ ଅତ୍ୟନ୍ତ ଗୃଣ୍ୟମାନର । ଟିକାକେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଲାଗୁ କିଛି ଆପତି ନାହିଁ । କିନ୍ତୁ ସେଠାରେ ମୋଦିଙ୍କ ପୋଷ୍ଟର ମଧ୍ୟ ଲାଗୁ । ତେବେ ମୁଖ୍ୟମନ୍ତ୍ରୀ ବହୁ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରୁଥିବା ସେ କହିଛନ୍ତି । ଭୋଟ ପାଇବା ଲାଗି ଏଭଳି ଘୃଣ୍ୟ ପ୍ରଚାର ଅତ୍ୟନ୍ତ ନିନ୍ଦନୀୟ ।

ସୂଚନା ଥାଉକି, ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ଆଜି ଦିନ ତମାମ ରାଜ୍ୟ ରାଜନୀତି ହଟଚମଟ ହେବାରେ ଲାଗିଛି । ବାଲେଶ୍ୱର, ରାୟଗଡ଼ା, ଜୟପୁର ଓ ଅନୁଗୁଳରେ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଏପରିକି ଅନୁଗୁଳରେ ନବୀନଙ୍କ ପୋଷ୍ଟରକୁ ବିଜେପି କର୍ମୀମାନେ ଚିରି ଦେଇଥିବା ଦେଖିବାକୁ ମିଳିଛି । ସେପଟେ ବାଲେଶ୍ୱରରେ ରିବନ ଛିଣ୍ଡାଇ ଟିକାକେନ୍ଦ୍ରକୁ ବିଜେପି କର୍ମୀମାନେ ଧସେଇ ପଶିବା ସହ ମୋଦୀଙ୍କ ପୋଷ୍ଟର ଲଗାଇଥିବା ଦୃଶ୍ୟ ନଜରକୁ ଆସିଥିଲା । ଯାହାକୁ ନେଇ ଆଜି ପୋଷ୍ଟର ରାଜନୀତି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।