Odia News Portal

ଟ୍ରୋଲର ଜବାବ ଦେଲେ ପୃଥ୍ୱୀ: ଇନଷ୍ଟାଗ୍ରାମ ଷ୍ଟୋରୀରେ ସମାଲୋଚକଙ୍କୁ କଡ଼ା ଜବାବ

ଭାରତୀୟ ବ୍ୟାଟସମ୍ୟାନ୍ ପୃଥ୍ୱୀ ସ’ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ସମ୍ପୂର୍ଣ୍ଣ ବିଫଳ ହେବାପରେ । ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି । ତେବେ ଏହାକୁ ନେଇ ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ସମାଲୋଚକଙ୍କୁ ଦେଇଛନ୍ତି କଡ଼ା ଜବାବ। ପୃଥ୍ୱୀ ନିଜ ଇନଷ୍ଟଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ବେଳେ ବେଳେ କିଛି ଲୋକ କାହାକୁ କିଛି କରିବା ପାଇଁ ଉସକାଇଥାନ୍ତି । ଅର୍ଥାତ ଆପଣ ଏହା କରି ପାରିବେ କିନ୍ତୁ ଲୋକମାନେ ଏହି କାମ କରିପାରିବେ ନାହିଁ ।

ସେ ପିଙ୍କ୍ ବଲରେ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟର ପ୍ରଥମ ଇନିଂସରେ କୌଣସି ରନ୍ କରିବା ପୂର୍ବରୁ ବୋଲ୍ଡ ହୋଇଥିଲେ । ଦ୍ୱିତୀୟ ଇନିଂସରେ ମଧ୍ୟ ସେ ମାତ୍ର ୪ ରନ୍ କରିପାରିଥିଲେ । ପ୍ରଥମ ପାଳିରେ ମିଚେଲ ଷ୍ଟାର୍କ ତାଙ୍କୁ ଆଉଟ କରିଥିବା ବେଳେ ଦ୍ୱିତୀୟ ପାଳିରେ ପ୍ୟାଟ୍ କ୍ୟୁମିନ୍ସ ପୃଥ୍ୱୀଙ୍କ ଓ୍ୱିକେଟ୍ ନେଇଥିଲେ । ଉଭୟ ପାଳିରେ ସେ ସମାନ ଭାବେ ଆଉଟ ହୋଇଥିଲେ ।ଏପରିକି ପୃଥ୍ୱୀ ପ୍ରଥମ ଟେଷ୍ଟରେ ବିଫଳ ହେବା ସହ ଫିଲ୍ଡିଂରେ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲେ । ସେ ସହଜ କ୍ୟାଚ୍ ଗୁଡିକ ହାତଛଡା କରିଥିଲେ । ତାହାକୁ ନେଇ ତାଙ୍କୁ ସୋସିଆଲ୍ ମିଡିଆରେ ବିଭିନ୍ନ ଟ୍ରୋଲର ଶିକାର ହେବାକୁ ପଡିଥିଲା |