Odia News Portal

ପୁଲଓ୍ଵାମା ଆକ୍ରମଣର ଖୋଳତାଡ କରୁଛି ଏନଆଇଏ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଖୋଳତାଡ କରୁଛି ଏନଆଇଏ। ବିସ୍ଫୋରଣସ୍ଥଳରୁ ଯୋଗାଡ଼ କରାଯାଉଛି ତଥ୍ୟ ପ୍ରମାଣ। ୨୫ କିଲୋମିଟର ପରିଧି ଭିତରେ ସେଦିନ ଇଣ୍ଟରନେଟ୍ ସେବା, ମୋବାଇଲ୍ କଲ୍ ଡିଟେଲ୍, ଟେଲିଗ୍ରାମ୍ ମେସେକୁ କଡ଼ାକଡ଼ି ଯାଞ୍ଚ କରୁଛି ଏନଆଇଏ।
ବିସ୍ଫୋରଣର ମାଷ୍ଟରମାଇଣ୍ଡ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରଙ୍କ ପୁତୁରା ମହମ୍ମଦ ଉମେର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ସିଆରପିଏଫ ଡିଜି ଆରଆର ଭଟ୍ଟନାଗର।